ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ଆତ୍ମହତ୍ଯା

ଭୁବନେଶ୍ବର : ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଆତ୍ମହତ୍ଯା । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ୍। ମୃତଦେହ ନିକଟରୁ ଜବତ ହୋଇଛି ସୁଇସାଇଡ଼ ନୋଟ୍। ଯେଉଁଥିରେ ଲେଖାଅଛି ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି । ମୁଁ ଗୋଟେ ଖରାପ ଝିଅ । ଏଭଳି କିଛି ସୁଇସାଇଡ଼ ନୋଟରେ ଲେଖିଛନ୍ତି ଅଭିନେତ୍ରୀ।

ସୂଚନା ମୁତାବାକ, ନୟାପଲ୍ଲୀ ଗଡ଼ ସାହିରେ ଘର ଭଡା ନେଇ ରହୁଥିଲେ ଅଭିନେତ୍ରୀ ରଶ୍ମୀରେଖା। ଗତକାଲି ତାଙ୍କ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ୍। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ୍। ସୂଚନା ଥାଉକି, ନିକଟରେ କେମିତି କହିବି କହ ସିରିଏଲରେ ଅଭିନୟ କରିଥିଲେ ରଶ୍ମୀରେଖା।

Comments are closed.