ଜୀବନକୁ ବାଜିରେ ଲଗାଇ ଦୋଷୀକୁ କାବୁ କଲେ ପୁଲିସ ବାବୁ

ଥିରୁଅନନ୍ତପୁରମ: ଆପଣମାନେ ଫିଲ୍ମରେ ଦେଖିଥିବେ ପୋଲିସ ନିଜ ଜୀବନକୁ କିପରି ବାଜି ଲଗାଇ ଅପରାଧୀଙ୍କୁ ଧରି ଦଣ୍ଡ ଦେଇଥାନ୍ତି  । କିନ୍ତୁ ବାସ୍ତବରେ ଖୁବ୍ କମ୍ ପୋଲିସ ଅଧିକାରୀ ଜୀବନକୁ ଖାତିର ନକରି ଅପରାଧୀଙ୍କୁ ଧରିଥାନ୍ତି  । ଆମେ ଏପରି ଜଣେ ପୋଲିସ ଅଧିକାରୀଙ୍କ କଥା କହୁଛୁ ଯିଏ ଫିଲ୍ମି ଅନ୍ଦାଜରେ ଧାରୁଆ ଅସ୍ତ୍ର ଧାରି ଅପରାଧୀକୁ କାବୁ କରିଛନ୍ତି  । ଧାରୁଅ ଅସ୍ତ୍ର ଧରିଥିବା ଅପରାଧୀକୁ ଜୀବନକୁ ବାଜି ଲଗାଇ ପୋଲିସ ଅଧିକାରୀ ଜଣକ କାବୁ କରୁଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭଆଇରାଲ୍ ହେବାରେ ଲାଗିଛି  ।

ଘଟଣାଟି କେରଳ କାୟମକୁଲମ ପାଖ ପାରା ଜଂକ୍ସନର । ଏହି ଭିଡିଓଟିକୁ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସ୍ୱାତି ଲାକ୍ରା ନିଜ ଟ୍ବିଟରରେ ସେୟାର କରି ଉକ୍ତ ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ।

Comments are closed.