ଫରାସୀ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହରାଇଲେ ରାଷ୍ଟ୍ରପତି

ପ୍ୟାରିସ୍‌: ନବଗଠିତ ବାମପନ୍ଥୀ ମେଣ୍ଟ ରବିବାର ଦିନ ଆୟୋଜିତ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିବାରୁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ସଂସଦୀୟ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ଫଳତଃ, ସେ ପରିକଳ୍ପନା କରିଥିବା ଦ୍ବିତୀୟ ପାଳିର ପ୍ରମୁଖ ସଂସ୍କାର ଯୋଜନା ପ୍ରତି ଶକ୍ତ ଧକ୍କା ଲାଗିଛି।

ମାକ୍ରୋନ୍‌ ଅନ୍ୟ କୌଣସି ରାଜନୈତିକ ଦଳଗୁଡ଼ିକ ସହିତ ମେଣ୍ଟ କରିବା ଲାଗି ବୁଝାମଣା ନ କରିବା ପର୍ଯ୍ୟନ୍ତ ଦେଶରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଅବସର ବୟସସୀମା ବୃଦ୍ଧି, ଟିକସ କାଟ, ଜନକଲ୍ୟାଣମୂଳକ ସଂସ୍କାର ଏବଂ ୟୁରୋପୀୟ ସଂଘର ଐକ୍ୟବଦ୍ଧତାକୁ ଆହୁରି ନିବିଡ଼ କରିବା ଲାଗି ଚାହୁଁଥିବା ମାକ୍ରୋନ୍‌ଙ୍କ ‘ସେଣ୍ଟ୍ରିଷ୍ଟ୍‌ ଏନ୍‌ସେମ୍ବଲ୍‌ କୋଏଲିସନ୍‌’ ରବିବାର ଦିନ ଆୟୋଜିତ ନିର୍ବାଚନରେ ସବୁ ଆସନ ହାସଲ କରିବା ଦିଗରେ ଅଗ୍ରସର ହେଉଥିଲା। କିନ୍ତୁ, ଚୂଡ଼ାନ୍ତ ଫଳାଫଳ ବାହାରିଲା ବେଳକୁ ‌ଜଣାପଡ଼ିଲା, ସେମାନେ ସଂସଦକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛନ୍ତି।

Comments are closed.