ଇଣ୍ଡିଆ ପାଇଁ ରେକର୍ଡ କରିବାର ସୁଯୋଗ,
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜର ନିର୍ଣ୍ଣାୟକ ପଞ୍ଚମ ଟି-୨୦ ମ୍ୟାଚ୍। ବାଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ। ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍ ଜିତିସାରିଛନ୍ତି । ଆଜିର ମ୍ୟାଚ ନିର୍ଣ୍ଣାୟକ ହେବ। ଆଉ ଯଦି ଭାରତୀୟ ଟିମ୍ର ଅଧିନାୟକ ରିଷଭ ପନ୍ତ ଏହି ମୁକାବିଲା ଜିତନ୍ତି, ତେବେ ରେକର୍ଡ ନିଜ ନାମରେ କରିବେ ରିଷଭ ପନ୍ତ।
ଘରୋଇ ଗ୍ରାଉଣ୍ଡରେ ଭାରତ ପୂର୍ବରୁ କେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଜିତିନାହିଁ । ୨୦୧୫ରେ ଦକ୍ଷିଣ ଆଫ୍ରିକା ଏଠାରେ ୩ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ୨୦୧୯ରେ ହୋଇଥିବା ସିରିଜ ୧-୧ରେ ଡ୍ର’ ରହିଥିଲା । ଉଭୟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲ ।
ଏଥର ଟିମ୍ ଇଣ୍ଡିଆ ପାଖରେ ସିରିଜ ବିଜୟ ସୁଯୋଗ ରହିଛି । କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣା ରହିଛି । ୨୦୧୯ ପରାଜୟର ପ୍ରତିଶୋଧ ନେବା ପାଇଁ ଦଳ ନିକଟରେ ଯଥେଷ୍ଟ କ୍ଷମତା ରହିଛି । ଗତ ସିରିଜରେ ମଧ୍ୟ ବେଙ୍ଗାଲୁରୁରେ ଅନ୍ତିମ ଟି-ଟ୍ୱେଣ୍ଟିମ୍ୟାଚ୍ ଖେଳାଯାଇଥିଲା । ୧୩୫ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧ ୱିକେଟ୍ ହରାଇ ହାସଲ କରିଥିଲା ।
Comments are closed.