ଆନ୍ଦୋଳନ କରୀଙ୍କୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ସାରା ଦେଶରେ ହଜାର ହଜାର ଯୁବକ ବିରୋଧ କରୁଛନ୍ତି। ସେନାରେ ନିଯୁକ୍ତି ପାଇବାକୁ ଅପେକ୍ଷା କରିଥିବା ଯୁବକମାନେ ରାଜରାସ୍ତାକୁ ଓହ୍ଲାଇ ଏହି ଯୋଜନାକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଦିନକୁ ଦିନ ଯୁବଗୋଷ୍ଠୀଙ୍କ ଆକ୍ରୋଶ ବଢ଼ୁଥିବା ବେଳେ ଆଜି ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ ଆଜି ଆନ୍ଦୋଳନକାରୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି।

ପ୍ରତିରକ୍ଷା କ୍ଷେତ୍ରରେ ଚାକିରି ପାଇବାକୁ ଲକ୍ଷ୍ୟ ରଖିଥିବା ଯୁବକମାନଙ୍କୁ ଏପରି ଆନ୍ଦୋଳନ ପରବର୍ତ୍ତୀ ସମୟରେ ମହଙ୍ଗା ପଡ଼ିବ ବୋଲି ସେ କହିଛନ୍ତି। ଏଥିସହ ଯୋଜନା ବିରୋଧରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କେବେ ଭାବି ନଥିଲେ ବୋଲି ମଧ୍ୟ କହିଛନ୍ତି। ବାୟୁସେନା ମୁଖ୍ୟ କହିଛନ୍ତି, “ଆମେ ଏପରି ହିଂସାକୁ ନିନ୍ଦା କରୁଛୁ।

Comments are closed.