ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର ବୈଠକ

ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏ ବାବଦରେ ଆଜି ବିସ୍ତୃତ ଭାବେ ଆଲୋଚନା କରିବ କେନ୍ଦ୍ରର ଶାସକ ଦଳ ବିଜେପି । ଏଥିପାଇଁ ଦିଲ୍ଲୀରେ ଦଳ ପକ୍ଷରୁ ବୈଠକ ବସିବ ବୋଲି ଜଣାପଡିଛି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ବିସ୍ତୃତ ଭାବେ ଆଲୋଚନା ହେବ । ବିଜେପି ପକ୍ଷରୁ ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ସହମତି କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ସେହିପରି ନିଜ ରାଜ୍ୟ ୟୁନିଟ୍ ଓ ସହଯୋଗୀଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ବିଜେପି ୧୪ ଜଣିଆ ସମନ୍ୱୟ କମିଟି ଗଠନ କରିଛି । ଏହି ବୈଠକରେ କମିଟି ସଦସ୍ୟଙ୍କ ଭୂମିକା ଓ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସେମାନଙ୍କ ଦାୟିତ୍ୱକୁ ବୁଝାଯିବ ବୋଲି ସୂଚନା ରହିଛି ।

Comments are closed.