ଆସାମରେ ପୁଣି ଜଳ ପ୍ରଳୟ

ଗୌହାଟି: ଆସାମରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ଆସାମ ଗୌହାଟି ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ବୋରାଗାର କିଛି ସ୍ଥାନରେ ଭୂସ୍ଖଳନ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଢେମାଜି, ଦିବ୍ରୁଗଡ, ନାଲବରି, ଦକ୍ଷିଣ ସାଲମାର ଭଳି ୭ ଟି ଜିଲ୍ଲାର ପ୍ରାୟ ୮ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । କିଛି କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗାଡି ଫସି ରହିଥିବା ଦେଖିବାକୁ ମିଳିଛି । ଆଉ କିଛି କିଛି ସ୍ଥାନରେ ରାସ୍ତାରେ ୩ ଫୁଟ ଉଚ୍ଚରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ବହୁ ସଂଖ୍ୟାରେ ଲୋକେ ଫସି ରହିଛନ୍ତି। ପାହାଡ଼ ତଳି ଅଞ୍ଚଳରେ ରାସ୍ତା ଧୋଇ ହୋଇ ଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି।

 

ବୋରାଗା ନିକଟରେ ଅନେକ ଘର ବ୍ରହ୍ମପୁତ୍ର ନଦୀରେ ଧୋଇ ହୋଇଯାଇଛି । ନଦୀର ଜଳସ୍ତର ବଢ଼ୁଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ସେହିପରି ଗତ କିଛି ଦିନ ତଳେ ମେଘାଳୟ ନ୍ୟା ବିଭୀଷିକା ଦେଖିବାକୁ ମିଳିଥିଲା ।

Comments are closed.