ରାହୁଲ ଙ୍କୁ ଗୁଡେଇ ତୁଡ଼େଇ ଜେରା କରୁଛି ଇଡି

ନ୍ୟାସନାଲ ହେରାଲ୍‌ଡ ମନିଲଣ୍ଡରିଂ ମାମଲାରେ ଆଜି ଇଡି ନିଟକରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଲଗାତାର ୩ୟ ଦିନ ପାଇଁ ହାଜର ହେବେ ରାହୁଲ । ଗତକାଲି ଦ୍ୱିତୀୟ ଦିନରେ ରାହୁଳଙ୍କୁ ୧୦ ଘଣ୍ଟା ଧରି ଗୁଡ଼େଇତୁଡେଇ ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଅଧିକାରୀ । ରାହୁଲଙ୍କୁ ଇଡି ଜେରାର ପ୍ରତିବାଦ କରିଛି କଂଗ୍ରେସ। ଗତକାଲି ଦଳର ବରିଷ୍ଠ ନେତା ଓ କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ ।

ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାହୁଲ ପ୍ରଶ୍ନ କରିବାକୁ ପ୍ରତିଶୋଧ ପରାୟଣ ହୋଇ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା। ବିଜେପି କହିଛି ଦେଶର ସମସ୍ତ ନାଗରିକଙ୍କୁ ତଦନ୍ତ କାରୀ ସଂସ୍ଥା ପ୍ରଶ୍ନ କରିପାରିବ। ଦେଶରେ କେହି ରାଜା କିମ୍ବା ରାଜକୁମାର ନୁହନ୍ତି ।

Comments are closed.