ବିଲ ମଝିରୁ ମା ପୁଅଙ୍କ ମୃତଦେହ ଉଦ୍ଧାର
ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁର ଚାଷଜମିରେ ମା ଓ ପୁଅଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା ମିଳିଛି। ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନେକ ଦିନ ଧରି ଏହି ଅଞ୍ଚଳରେ ଭିକ ମାଗି ଗୁଜୁରାଣ ମେଣ୍ଟାଉ ଥିଲେ। ଉଭୟଙ୍କ ମୃତଦେହ ସ୍ଥାନୀୟ ଲୋକେ ଦେଖିବା ପରେ
ପୋଲିସକୁ ଖବର ଦେଇଥିଲେ। ତେବେ କିଭଳି ଓ କାହିଁକି ଉଭୟ ମୃତ୍ୟୁ ବରଣ କଲେ ତାର କାରଣ ଖୋଜୁଛି ପୋଲିସ। ଅଂଶୁଘାତ ରେ ମୃତ୍ୟୁ ଘଟିଥିବା ଲୋକେ ଅନୁମାନ କରୁଛନ୍ତି।
Comments are closed.