ପବଜ୍ ପାଇଁ ଆତ୍ମହତ୍ୟା
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ନଗରୀରେ ‘ପବ୍ଜି’ ମୋବାଇଲ୍ ରାଉଣ୍ଡ୍ରେ ହାରି ଉପହାସିତ ହୋଇଥିବା ଜଣେ ୧୫ ବର୍ଷିୟ ବାଳକ ଆତ୍ମହତ୍ୟା କରିଥିବା ‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସ୍ପ୍ରେସ୍’ ପୁଲିସ ସୂତ୍ରରୁ ଉଦ୍ଧାର କରି ରିପୋର୍ଟ କରିଛି।
ସଂଗୃହୀତ ତଥ୍ୟାବଳି ଅନୁସାରେ, ବାପା ଏବଂ ପରିବାର ସଦସ୍ୟମାନଙ୍କ ସହିତ ଗ୍ରୀଷ୍ମଛୁଟି ବିତାଇବା ଲାଗି ବାଳକଟି ଆସିଥିଲା। ସେଠାରେ ‘ପବ୍ଜି’ ଗେମ୍ରେ ହାରିଯିବାରୁ ଉପହାସିତ ହୋଇଥିଲା। ବାଳକର ବାପାଙ୍କଠାରୁ ପୃଥକ୍ ହୋଇଯାଇଥିବା ମାଆ ପୁଅର ମୃତ୍ୟୁ ଘଟଣାରେ ସନ୍ଦେହ ପ୍ରକାଶ କରି ଥାନାରେ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରାଇଛନ୍ତି।
Comments are closed.