ହାତୀ ଛୁଆକୁ ଉଦ୍ଧାର କଲା ବନବିଭାଗ

ଢେଙ୍କାନାଳ : ଛୁଆ ହାତୀକୁ ଛାଡ଼ି ଚାଲିଗଲା ମା’। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ କୁନୁଆଁ ଶବର ସାହି ଗାଁ ନିକଟରେ ନବଜାତ ହାତୀ ଛୁଆକୁ ଛାଡ଼ି ମାଆ ହାତୀ ଚାଲି ଯାଇଛି।

ହାତୀ ଛୁଆଟି ଠିଆ ହୋଇନ ପାରିବାରୁ ମାଆ ହାତୀ ତାକୁ ଛାଡ଼ି ଯାଇଥିବା ଅନୁମାନ କରାଯାଉଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିଛି। ହାତୀ ଛୁଆକୁ ସାଲାଇନ ଓ ଇଞ୍ଜେକ୍‌ସନ ଦିଆଯାଉଛି।

Comments are closed.