ଅଶାନ୍ତ ରାଜଧାନୀ ,ନିଶା ପାଇଁ ଗଡୁଛି ମୁଣ୍ଡ

ଭୁବନେଶ୍ବର : ନିଶା ପାଇଁ ଅଶାନ୍ତ ହେଉଛି ରାଜଧାନୀ। କେତେବେଳେ ଦିନ ଦି’ ପହରରେ ରାଜରାସ୍ତାରେ ମୁଣ୍ଡ ଗଡ଼ୁଛି ତ ଆଉ କେତେବେଳେ ନିଶାଡ଼ି ସ୍ବାମୀ ହାତରେ ପରିବାର ଉଜୁଡ଼ି ଯାଉଛି। ଗତ କିଛିବର୍ଷ ହେଲା ନିୟମିତ ବ୍ୟବଧାନରେ ରାଜଧାନୀରେ ଏହିଭଳି ଗୋଟିକ ପରେ ଗୋଟିଏ ଅଘଟଣ ଦେଖିବାକୁ ମିଳୁଛି। ଅପରପଟେ କମିସନରେଟ୍ ପୁଲିସର ତଥ୍ୟ ମଧ୍ୟ ସମାନ କଥା ବ୍ୟକ୍ତ କରୁଛି। ରାଜଧାନୀରେ ଯେତେ ଛିନ୍‌ତାଇ, ଲୁଟ୍ ଓ ଚୋରି ହେଉଛି, ସେଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତରୁ ଅଧିକ ମାମଲାରେ ଲୁଟେରାମାନେ ନିଶା ଖାଇବା ପାଇଁ ଅପରାଧ ଘଟାଉଥିବା ଜଣାପଡ଼ୁଛି। ଏପରିକି ଚଳିତବର୍ଷ ରାଜଧାନୀରେ ମାତ୍ର ୬ମାସ ମଧ୍ୟରେ ନିଶା ଖାଇବାକୁ କେନ୍ଦ୍ର କରି ୪ଟି ମୁଣ୍ଡ ଗଡ଼ିସାରିଲାଣି। ଏହା ସହିତ ନିଶା ଖାଇବା ଓ ବ୍ୟବସାୟକୁ ନେଇ ମଧ୍ୟ ଏକାଧିକ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିସାରିଛି।

Comments are closed.