ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲା ମୃତ

ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତ ଦେହ। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିଛି। ବଲିଉଡ୍‌ର ଟପ୍‌ ଡିଜାଇନରଙ୍କ ମଧ୍ୟରୁ ଜଣେ ଥିଲେ ପ୍ରତ୍ୟୁଷା ଗରିମେଲା। ହଠାତ୍‌ ତାଙ୍କର ଏଭଳି ଅସ୍ୱାଭାବିକ ମୃତ୍ୟୁ ଫ୍ୟାଶନ ଜଗତ ସମେତ ତାଙ୍କ ପରିଚିତ ଲୋକଙ୍କୁ ଝଟ୍‌କା ଦେଇଛି। ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପଛର କାରଣ କ’ଣ ତାହା ପୋଲିସ ଖୋଜୁଥିବା କହିଛି।

ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲା ହାଇଦ୍ରାବାଦର ବଞ୍ଜାରା ହିଲ୍ସର ଫିଲ୍ମ ସିଟିରେ ରହୁଥିଲେ। ୩୫ ବର୍ଷୀୟା ପ୍ରତ୍ୟୁଷା ଦେଶର ଟପ୍‌ ଫ୍ୟାଶନ ଡିଜାଇନରଙ୍କ ମଧ୍ୟରୁ ଜଣେ ଥିଲେ। ତେଲେଙ୍ଗାନା ପୋଲିସର କହିବାନୁସାରେ, ପ୍ରତ୍ୟୁଷାଙ୍କ ବେଡ୍‌ରୁମ୍‌ରେ କାର୍ବନ ମନୋକ୍ସାଇଡ୍‌ ସିଲିଣ୍ଡର ମିଳିଛି। ସିଲିଣ୍ଡରକୁ ପୋଲିସ ଜବତ କରିଛି। ଏହି ମାମଲାକୁ ସନ୍ଦେହଜନକ ମୃତ୍ୟୁ ଭାବେ ତଦନ୍ତ କରାଯାଉଛି ବୋଲି କହିଛି ପୋଲିସ।

Comments are closed.