ରଜରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି। ରଜରେ ଭିଜିବ ସାରା ଓଡ଼ିଶା। ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୪ରୁ ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି
ପାହାଡ଼ ଉପରେ ଅଶ୍ଲୀଳ ଭିଡ଼ିଓ ସୁଟିଂ
ଗତ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳିଗୁଳିରେ ରାଜ୍ୟବାସୀ ଛଟପଟ ହେଉଥିଲେ। ମାତ୍ର ଗତକାଲିଠାରୁ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଆଜି ବି ପାଗ କାଉଁଳିଆ ରହିଛି।

ସୂଚନାଯୋଗ୍ୟ, ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ ବୋଲି ଦୁଇ ଦିନ ପୂର୍ବରୁ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଥିଲେ। ସେ କହିଥିଲେ, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଲାଣି। ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି। ଦକ୍ଷିଣ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ୫ ଦିନ ଭିତରେ ମୌସୁମୀ ଛୁଇଁବ।

Comments are closed.