ମେଘାଳୟରେ ବନ୍ୟା !
ଉତ୍ତର-ପୂର୍ବ ରାଜ୍ୟ ବର୍ତ୍ତମାନ ବର୍ଷା ଏବଂ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି। ଏହି ସମୟରେ ମେଘାଳୟରେ ଏକ ସେତୁ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇ ପାରିବ ଯେ କିଭଳି ଭାବେ ସେତୁଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ୁଛି।
ଏହି କାଠ ସେତୁ ରାଜ୍ୟର ଜିଜିକାକୁ ମେଗୁଆ ସହିତ ସଂଯୋଗ କରୁଛି। ଏହା ମେଘାଳୟର ଦକ୍ଷିଣ ଗାରୋ ପାହାଡ ଏବଂ ପଶ୍ଚିମ ଗାରୋ ପାହାଡ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ। ସୂଚନା ମୁତାବକ, ଗୁରୁବାର ଜୁନ୍ ୯ରେ ଏଠାରେ ବନ୍ୟା ପାଣିରେ ସେତୁ ଧୋଇ ହୋଇଯାଇଛି।
ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ବର୍ତ୍ତମାନ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନର ସମ୍ମୁଖୀନ ହେଉଛି। ଏହି କାରଣରୁ ଏଠାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଲୋକେ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।
ଏଠାରେ ତିନୋଟି ପାହାଡ ଅଛି, ତାହା ହେଲା ଗାରୋ, ଖାସି ଓ ଜୟନ୍ତିଆ। ସେଥିରୁ ଗାରୋ ପାହାଡ଼ର ଦୁଇଟି ଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ଏହି କାରଣରୁ ଗୁରୁବାର ଗୋଟିଏ ପରିବାରର ତିନିଜଣ ସଦସ୍ୟ ଏବଂ ଜଣେ ଶିଶୁ ମାଟି ଅତଡ଼ା ଭିତରେ ଜୀବନ୍ତ ପୋତି ହୋଇଯାଇଛନ୍ତି। ସେପଟେ ବୁଗି ନଦୀ ଉପରେ ନିର୍ମିତ ବ୍ରିଜ୍ ମଧ୍ୟ ବନ୍ୟା ଜଳରେ ଧୋଇ ହୋଇଯାଇଛି।
Comments are closed.