ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ!

ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ। ମୃତକ ଜଣକ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସନ୍ଧ୍ଯା ୬ ଟା ୩୦ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ ହୋଇସାରିଛି।

ସୂଚନା ମୁତାବକ ଭୁବନେଶ୍ୱରରେ ନିଳାଦ୍ରୀବିହାର ଓ ଡମଣା ଅଂଚଳରେ ଦୁଇ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଆଗକୁ ବର୍ଷା ଦିନ ଥିବାବେଳେ ଡେଙ୍ଗୁକୁ ରୋକିବାକୁ ବିଏମସି ପକ୍ଷରୁ ଏଥିଲାଗି ତତ୍ପରତା ଦେଖାଦେଇଛି। ଦୁଇଟି ମେଡିକାଲ ଟିମ ପଠାଇ ସମ୍ପୃକ୍ତ ଅଂଚଳରେ ସ୍ଥିତି ଅନୁଧ୍ୟାନ କରାଯାଇଛି।

ଉଭୟ ଅଞ୍ଚଳକୁ ସ୍ୱାସ୍ଥ୍ୟ ଟିମ୍ ସହ ମେୟର ସୁଲୋଚନା ଦାସ ଆଜି ବୁଲି ଦେଖିଛନ୍ତି। ତୁରନ୍ତ ବୁଶ କଟିଂ ଓ ମଶା ଧୂଆଁ ଛାଡିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ। ପାଣିକୁ ଖାଲୁଆ ଅଂଚଳରେ ଜମି ମଶା ବଂଶ ବୃଦ୍ଧିର ଆଶଙ୍କା ଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି।

Comments are closed.