ପ୍ରଥମ କ୍ରିକେଟର ଭାବେ ୨୦ କୋଟି ଫଲୋଅର୍ସ
ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଖରାପ ପ୍ରଦର୍ଶନ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଆସନ୍ତା ୯ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେ ନାହିଁ । କିକେଟ ପଡ଼ିଆରୁ ବ୍ରେକ୍ ନେଇ କୋହଲି ଆରାମ କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ କୋହଲିଙ୍କ ପ୍ରଶଂସକମାନଙ୍କ ଉତ୍ସାହ କମ୍ ହୋଇନାହିଁ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନ୍ଷ୍ଟାଗ୍ରାମ’ରେ ବିରାଟ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପ୍ରସଙ୍ଗରେ କୋହଲି ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ସେ ୨୦ କୋଟି ଇଷ୍ଟାଗ୍ରାମ ଫଲୋଅର୍ସ ଭାବେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି ।
ଯଦି ଆପଣ ବିଶ୍ୱର ସମସ୍ତ କ୍ରୀଡା କିମ୍ବଦନ୍ତୀର ଫଲୋଅର୍ସଙ୍କ ତାଲିକାକୁ ଦେଖନ୍ତି ତେବେ ଶ୍ରେଷ୍ଠ ଫଲୋଅର୍ସ ଭାବେ କୋହଲି ୩ୟ ସ୍ଥାନରେ ଅଛନ୍ତି । ବିଶ୍ୱବ୍ୟାପୀ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋ କରାଯାଇଥିବା ପୂର୍ତ୍ତଗାଲର ଷ୍ଟାର ଫୁଟବଲ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରେ ଆର୍ଜେଣ୍ଟିନାର ଫୁଟବଲର ଲିୟୋନେଲ ମେସୀ । ରୋନାଲ୍ଡୋଙ୍କୁ ୪୫୧ ମିଲିୟନ ଓ ମେସୀଙ୍କ ୩୩୪ ମିଲିୟନ ଫଲୋଅର୍ସ ଅଛନ୍ତି ।
Comments are closed.