ବଡୁଛି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ବଢୁଛି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ । ସତ୍ୟେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ଘରୁ ୨ କୋଟି ୮୫ ଲକ୍ଷ ନଗଦ ଟଙ୍କା ସମେତ ବିପୁଳ ପରିମାଣର ସୁନା ମୁଦ୍ରା ଜବତ କରିଛି ଇଡି । ଜୈନଙ୍କୁ ମେ ୩୦ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ ଅନୁସାରେ ଇଡି ଗିରଫ କରିଥିଲା । ସେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି । ତାଙ୍କ ବିରୋଧରେ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ ଭାବରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ କଥିତ ସହଯୋଗୀଙ୍କ ପରିସରରେ ଚଢାଉ କରାଯିବା ପରେ ୨.୮୫ କୋଟି ଟଙ୍କା ଏବଂ ଏକ କିଲୋ ୮୦୦ ଗ୍ରାମର ୧୩୩ଟି ଗୋଲ୍ଡ କଏନ ଜବତ ହୋଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ସୋମବାର ଚଢାଉ ହୋଇଥିବା ବ୍ୟକ୍ତିମାନେ ମନି ଲଣ୍ଡରିଂ ପ୍ରକ୍ରିୟାରେ ମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସାହାଯ୍ୟ କରିଥିଲେ । ଜବତ ନଗଦ ଟଙ୍କାର କୌଣସି ପ୍ରକାରର ହିସାବ ମିଳି ନଥିଲା । ଏହାକୁ ଏକ ଗୁପ୍ତ ସ୍ଥାନରେ ରଖାଯାଇଥିବା ଇଡି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।

Comments are closed.