ଅଳ୍ପକେ ବଞ୍ଚିଲେ ଲାଲୁ
ରାଞ୍ଚି: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।
ଘଟଣା ସଂପର୍କରେ ସୂଚନା ପ୍ରଦାନ କରି ଅଧିକାରୀମାନେ କହିଛନ୍ତି ଯେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ସର୍କିଟ ହାଉସର ଯେଉଁ କୋଠରୀରେ ଲାଲୁ ପ୍ରସାଦ ଅବସ୍ଥାନ କରୁଥିଲେ ସେଇ କୋଠରୀରେ ଥିବା ଫ୍ୟାନ୍ରେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିଲା।
ସେମାନେ କହିଛନ୍ତି ଯେ ୭୩ ବର୍ଷ ବୟସ୍କ ଲାଲୁ ପ୍ରସାଦ ସକାଳ ପ୍ରାୟ ୮ଟା ସମୟରେ ତାଙ୍କ କୋଠରୀରେ ଜଳଖିଆ ଖାଉଥିବା ବେଳେ କାନ୍ଥରେ ଲାଗିିଥିବା ଫ୍ୟାନ୍ରେ ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ତେବେ, କୋଠରୀରେ ନିଆଁ ବ୍ୟାପିବା ପୂର୍ବରୁ ସେଠାରେ ଥିବା ତାଙ୍କ ସହଯୋଗୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ।
Comments are closed.