ମହାଦେବଙ୍କ ବିବାହ ଉତ୍ସବ

ମୟୁରଭଞ୍ଜ :  ବାରିପଦା ଠାରେ ମହା ଆଡମ୍ବରରେ ପାଳିତ ହୋଇଛି ଶିବ ପାର୍ବତୀ ବିବାହ ଉତ୍ସବ। ସ୍ଥାନୀୟ ପୋଲିସ ଲାଇନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ବାବା ମଣ୍ଡଳେଶ୍ୱର ମହାଦେବଙ୍କ ସହ ମାଆ ଅନ୍ନପୂର୍ଣ୍ଣେଶ୍ୱରୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଓ ଉତ୍କଳୀୟ ପରମ୍ପରାରେ ଶିବ ପାର୍ବତୀଙ୍କ ବିବାହକୁ ଶୀତଳ ଷଷ୍ଠୀ ଭାବେ ପାଳନ କରାଯାଇଥାଏ।

ଶିବ ଓ ଶକ୍ତଙ୍କ ମିଳନକୁ ମହା ଜାଗତିକ ଓ ଦିବ୍ଯ ମିଳନ ବୋଲି କୁହାଯାଇଥାଏ। ସୃଷ୍ଟି ତଥା ସଂହାରର କାରଣ ଭାବରେ ଶିବଙ୍କୁ ସମସ୍ତେ ଆରାଧନା କରନ୍ତି। ତେବେ ଶକ୍ତିଙ୍କ ବିନା ସହେଯାଗରେସୃଷ୍ଟି ପ୍ରକ୍ରିୟା ସମ୍ଭବ ହୁଏନାହିଁ। ତେଣୁ ଆବାହମାନ କାଳରୁ ଶକ୍ତି ଓ ଶିବଙ୍କ ପରିଣୟକୁ ଉତ୍ସବ ରୁପେ ଆମେ ପାଳନ କରିଥାଉ। କରୋନା ମହାମାରୀ ପାଇଁ ୨ ବର୍ଷ ଏହି ଉତ୍ସବ ବନ୍ଦ ରହିବା ପରେ ଚଳିତ ବର୍ଷ ବାରିପଦା ଠାରେ ଧୁମ୍‌ଧାମରେ ଏହି ଶିବ ବିବାହକୁ ପାଳନ କରିଛନ୍ତି ଶ୍ରଦ୍ଧାଳୁ। କନ୍ଯାପକ୍ଷ ଓ ବର ପକ୍ଷଙ୍କ ଉପସ୍ଥିତିରେ ଏହି ଉତ୍ସବ ଆୟୋଜିତ ହୋଇଛି।

ପୂଜା ନିର୍ଘଣ୍ଟ ଅନୁଶାରେ ଦିବା 9 ଘଟିକାରେ ମଙ୍ଗଳାକୃତ୍ଯ ହୋଇ 10.30 ରେ ବରାଗୁମନ କରାଯାଇଥିଲା। ବାଜା ରୋଶଣୀ ସହ ବରଯାତ୍ରୀ ଆସିବା ପରେ ସମ୍ପୁର୍ଣ୍ଣ ବୈଦିକ ରୀତିରେ ବିବାହ କାଯର୍‌ୟ ଆରମ୍ଭ ସମ୍ପନ୍ନ ହୋଇଛି। ସନ୍ଧ୍ଯା ବିବାହ ସମ୍ପନ୍ନ ପରେ ଦେବ ଦମ୍ପତ୍ତି ଭକ୍ତଙ୍କ ଗହଣରେ ନଗର ପରିକ୍ରମା କରିଛନ୍ତି। ଥିଲା ଅତ୍ଯାଧୁନିକ ଡିଜେ। ଥିଲା ପାରମ୍ପାରିକ ବାଦ୍ୟ ଭେରୀ ତୁରୀ ଆଉ ଖୋଳକିର୍ତ୍ତନ। ଏଥି ସହିତ ଭକ୍ତ ମାନଙ୍କ ଶଙ୍ଖ ହୁଳୁହୁଳିରେ ପ୍ରକମ୍ପିତ ହେଉଥିଲା ସାରା ସହର। ମନ୍ଦିରର ମୁଖ୍ଯ ପୂଜକ ପ୍ରମୋଦ କୁମାର ଦାଶଙ୍କ ପ୍ରତ୍ଯକ୍ଷ ତତ୍ୱାବଧାନରେ ପଣ୍ଡିତ ରାମଚନ୍ଦ୍ର ମହାପାତ୍ର, ରବୀନ୍ଦ୍ର ନାଥ ଦାଶ ଏବଂ ଦେବେନ୍ଦ୍ର ନାଥ ଦାଶ ପୂଜାକାଯର୍‌ୟ ସମାପନ କରିଛନ୍ତି। ଏଭଳି ଏକ ନିଆରା ପରମ୍ପରା ଆଜି ମଧ୍ୟ ଲୋକଙ୍କ ମନରେ ଏକ ଧର୍ମୀୟ ଭାବନା ସୃଷ୍ଟି କରୁଛି।

Comments are closed.