ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ଜ୍ଞାନବାପି ଯିବେ

ବାରାଣସୀ: ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ ସଂକ୍ରାନ୍ତରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ଶୁକ୍ରବାର ଘୋଷଣା କରିଛନ୍ତି ଏବଂ ତାଙ୍କର ଭକ୍ତମାନେ ସେଠାରେ ଯାଇ ପ୍ରାର୍ଥନା କରିବେ। ଅଭିମୁକ୍ତେଶ୍ବରାନନ୍ଦ ହେଉଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୁପାନନ୍ଦ ସରସ୍ବତୀଙ୍କର ଜଣେ ଶିକ୍ଷ୍ୟ।

ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ଆହୁରି ବି କହିଛନ୍ତି ଯେ ଯଦି ତାଙ୍କୁ ପ୍ରାର୍ଥନା କରିବାରୁ ପ୍ରଶାସନ ରୋକେ ତ ସେ ଏ ନେଇ ଶଙ୍କରାଚାର୍ଯ୍ୟଙ୍କୁ ସୂଚୀତ କରିବେ ଓ ଶଙ୍କରଚାର୍ଯ୍ୟ ଯାହା ଆଦେଶ ଦେବେ ସେ ମାନିବେ। ସ୍ବାମୀ ସ୍ବରୁପାନନ୍ଦ ସରସ୍ବତୀ ଉଭୟ ଗୁଜୁରାଟର ଦ୍ବାରକା ଶାରଦା ପୀଠମ୍‌ ଏବଂ ବଦ୍ରିନାଥ୍‌ର ଜ୍ୟେର୍ତି ମଠର ଶଙ୍କରାଚାର୍ଯ୍ୟ।

Comments are closed.