ପ୍ରିୟଙ୍କା ଗାନ୍ଧୀ ବି କରୋନା ପଜିଟିଭ
ମାଆ ସୋନିଆ ଗାନ୍ଧୀଙ୍କ ପରେ ଝିଅ ପ୍ରିୟଙ୍କା ଗାନ୍ଧୀ ବି କରୋନା ପଜିଟିଭର ଶିକାର ହୋଇଛନ୍ତି। ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। କହି ରଖୁଛୁ ଯେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତକାଲି ଲକ୍ଷ୍ନୌରୁ ଦିଲ୍ଲୀ ଫେରିଥିଲେ। ସେ ଦ୍ୱି-ଦିବସୀୟ ନବ ସଂକଳ୍ପ ଚିନ୍ତନ ଶିବିର ପାଇଁ ଲକ୍ଷ୍ନୌ ଯାଇଥିଲେ।
ପ୍ରିୟଙ୍କା ଗାନ୍ଧୀ ଟ୍ଵିଟ୍ କରି କହିଛନ୍ତି କି, ‘ମୁଁ କୋଭିଡ୍ ସଂକ୍ରମିତ ହୋଇଯାଇଛି। ମୋ ଠାରେ କରୋନାର ହାଲୁକା ଲକ୍ଷଣ ରହିଛି। ସମସ୍ତ ପ୍ରୋଟୋକଲ୍ସକୁ ଧ୍ୟାନରେ ରଖି ମୁଁ ନିଜକୁ ଘରେ କ୍ୱାରେଣ୍ଟାଇନ କରି ନେଇଛି’।
କହି ରଖୁଛୁ, ଗୁରୁବାର ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ। ଏ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା ସୂଚନା ଦେଇଥିଲେ। ସୁରଜେଓ୍ଵାଲା କହିଛନ୍ତି କି, ସୋନିଆ ଗାନ୍ଧୀ ଗତ କିଛି ଦିନ ଭିତରେ ଯେଉଁ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହିତ ମିଶିଥିଲେ, ସେମାନଙ୍କ ଭିତରୁ ଅନେକ ମଧ୍ୟ କରୋନା ସଂକ୍ରମିତ ବାହାରିଛନ୍ତି।
ସୁରଜେଓ୍ଵାଲାଙ୍କ ମୁତାବକ, ସୋନିଆ ଗାନ୍ଧୀଙ୍କୁ ବୁଧବାର ସାମାନ୍ୟ ଜ୍ୱର ଆସିଥିଲା। ଏହାପରେ ହୋଇଥିବା କୋଭିଡ୍ ଟେଷ୍ଟରେ ସେ ପଜିଟିଭ ବାହାରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
Comments are closed.