ମୋହନ ଭାଗବତଙ୍କ ବଡ ବୟାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜ୍ଞାନବାପୀ ମସଜିଦରେ ସର୍ଭେକୁ ନେଇ ବିବାଦ ଚାଲିଥିବା ବେଳେ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି। ପରସ୍ପର ସହ ଆଲୋଚନା ମାଧ୍ୟମରେ ଉପଯୁକ୍ତ ରାସ୍ତା ବାଛିବା ପାଇଁ ସେ ଆଜି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଜ୍ଞାନବାପୀ ମସଜିଦ ମଧ୍ୟରେ ହିନ୍ଦୁ ଦେବଦେବୀ ରହିଛନ୍ତି କି ନାହିଁ, ତା’ର ଯାଞ୍ଚ କରିବା ପାଇଁ ହିନ୍ଦୁ ପକ୍ଷ ଆବେଦନ କରିବା ପରେ ଏହାକୁ କାଉଣ୍ଟର କରିଥିଲେ ମୁସଲିମ ପକ୍ଷ।

ତେବେ କୋର୍ଟ ମସଜିଦ ଭିତିରେ ଭିଡିଓ ରେକର୍ଡ କରିବା ସହ ଏହାର ତଥ୍ୟ କୋର୍ଟରେ ଉପସ୍ଥାପନ କରିଛି। ହିନ୍ଦୁ ପକ୍ଷ ମସଜିଦ ଭିତରୁ ଶିବଲିଙ୍ଗ ବାହାରିଥିବା ମଧ୍ୟ ଦାବି କରିଛି। ଏହାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଛି। ଏହି ବିବାଦ ମଧ୍ୟରେ ଆଜି ଭାଗବତ କହିଛନ୍ତି, “କିଛି ସ୍ଥାନ ପ୍ରତି ଆମର ବିଶେଷ ଭକ୍ତି ଥିଲା ଓ ରହିଛି। ତେଣୁ ଆମେ ଉକ୍ତ ସ୍ଥାନ ଗୁଡ଼ିକ ବିଷୟରେ କହିଥିଲୁ। କିନ୍ତୁ ଆମେ ପ୍ରତିଦିନ ନୂଆ ନୂଆ ମାମଲା ଆଣିବା ଠିକ ନୁହେଁ।

Comments are closed.