ନିଜ ସହିତ ନିଜେ ବିବାହ କରି ଚର୍ଚ୍ଚାରେ ମହିଳା

marriage

ଗୁଜରାଟ: ଭାରତର ପ୍ରଥମ ସୋଲୋଗାମି। ନିଜକୁ ନିଜେ ବାହା ହେବେ ଗୁଜରାଟୀ ମହିଳା। ଆଶ୍ଚର୍ଯ୍ୟର ବିଷୟ ଏହି ବାହାଘର କାର୍ଯ୍ୟସୂଚୀରେ ହଳଦୀ ଠାରୁ ଆରମ୍ଭ କରି ହନିମୁନ ଆଦି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ରହିଛି ।

ବିବାହ ପରେ ଗୋଆକୁ ହନିମୁନରେ ଯିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି । ଆସନ୍ତା ୧୧ ତାରିଖରେ ଏହି ବିବାହ ସମ୍ପନ୍ନ ହେବ। ସେହିଦିନ ନିଜକୁ ନିଜେ ବିବାହ କରିବେ ଗୁଜରାଟ ଭୋଦଦରାର ୨୪ ବର୍ଷ ବୟସ୍କା କ୍ଷମା ବିନ୍ଦୁ ।

ସେ କହିଛନ୍ତି- ଏହି ଧରଣର ବିବାହ ଭାରତରେ ହୋଇଛି କି ନାହିଁ ସେ ଏନେଇ ସନ୍ଧାନ କରିଥିଲେ । ମାତ୍ର ସୋଲୋଗାମି ହୋଇଥିବା ନେଇ କୌଣସି ଉଦାହରଣ ମିଳି ନଥିଲା । ଏଦୃଷ୍ଟିରୁ ସେ ଏହି ଧରଣର ବିବାହ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ସେ ଆହୁରି କହିଛନ୍ତି ସେ ବିବାହ କରିବାକୁ ଚାହିଁ ନଥିଲେ । କିନ୍ତୁ ସେ ଜଣେ ବଧୂ ହେବାକୁ ଚାହିଁଥିଲେ। ତେଣୁ ସେ ନିଜକୁ ନିଜେ ବିବାହ କରିବାକୁ ଚାହିଁଲେ। ବିବାହକୁ ଯୁକ୍ତିସଂଗତ କରିବାକୁ ଯାଇ ସେ କହିଛନ୍ତି-ନିଜକୁ ନିଜେ ବିବାହ କରିବା ହେଉଛି ଏକ ଅଙ୍ଗୀକାରର ପ୍ରତିବଦ୍ଧତା ଏବଂ ନିଜ ଲାଗି ନିଃସର୍ତ୍ତ ପ୍ରେମର ଏହା ଏକ ନମୁନା।

Comments are closed.