ଜମ୍ମୁ ଓ କଶ୍ମୀରରେ ବିସ୍ଫୋରଣ; ୩ ଯବାନ ଆହତ
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆଁରେ ଭଡ଼ାରେ ଆସିଥିବା ଏକ ଘରୋଇ ଯାନରେ ବିସ୍ଫୋରଣ ଘଟି ୩ଜଣ ଯବାନ୍ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।
ଆହତ ଯବାନ୍ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି ।
କଶ୍ମୀର ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ବିଜୟ କୁମାରଙ୍କ ବକ୍ତବ୍ୟରୁ ଊଦ୍ଧାର କରି ଆଜି ବଡ଼ି ସକାଳୁ କଶ୍ମୀର ଜୋନ୍ ପୁଲିସ କରିଥିବା ଟୁଇଟ୍ରେ ଉଲ୍ଲେଖ ଅଛି: ଶୋପିଆଁର ସେଡ଼ୋରେ ଭଡ଼ାରେ ଆସିଥିବା ଗୋଟାଏ ଘରୋଇ ଗାଡ଼ି ଭିତରେ ବିସ୍ଫୋରଣ ଘଟିଛି। ୩ଜଣ ସୈନିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର ପ୍ରକାର ଏବଂ ଉତ୍ସ (ଅର୍ଥାତ୍ ଏହା ଗ୍ରେନେଡ୍ କି, ‘ଆଇଡି’ ଅଥବା ବ୍ୟାଟେରି ବିଭ୍ରାଟ ଜିନତ) ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଜଣାପଡ଼ିଲେ ଜଣାଇ ଦିଆଯିବ।
Comments are closed.