ଚିକିତ୍ସାଧୀନ ଅବସ୍ଥାରେ ଭାଲୁ ମୃତ

ଭୁବନେଶ୍ବର : ନନ୍ଦନକାନନରେ ଭାଲୁ ମୃତ। ଚିକିତ୍ସାଧୀନ ଅବସ୍ଥାରେ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ଚାଲିଥିଲା। ତାର ବୟସ ପ୍ରାୟ ୫ ବର୍ଷ ହେବ। ମେ ୪ ତାରିଖରେ ଜୟପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଭାଲୁଟିକୁ ଉଦ୍ଧାର କରାଯାଇଥିଲା। ଗୁଳିମାଡ଼ରେ ତାର ୨ ଗୋଡ଼ ପକ୍ଷାଘାତ ହୋଇଥିଲା। ଚିକିତ୍ସା ପାଇଁ ତାକୁ ନନ୍ଦନକାନନକୁ ଅଣାଯାଇଥିଲା।

ଗତକାଲି ତାର ମୃତ୍ୟୁ ହୋଇଛି।

Comments are closed.