ମହା ପ୍ରଭଙ୍କ ସ୍ନାନ ଯାତ୍ରା ପାଇ ସ୍ନାନ ପଣ୍ଡପକୁ କରାଯାଉଛି ପ୍ରସ୍ତୁତ

ପୁରୀ: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପୂର୍ବରୁ ମରାମତି ହେବ ସ୍ନାନ ମଣ୍ଡପ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା କୁ ପରାମର୍ଶ ଦିଆଯାଇଛି। ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସ୍ନାନ ମଣ୍ଡପର କେତେକ ପାହାଚ ଏବଂ ଚଟାଣ ପଥର କ୍ଷୟ ହୋଇଥିବାରୁ ସେଠାରେ ନୂତନ ଖଣ୍ଡୋଲାଇଟ ପଥର ଲଗାଯିବା ପ୍ରସ୍ତାବ ରହିଛି। ଆଗାମୀ ୧୪ ତାରିଖ ଦିନ ଦାରୁବ୍ରହ୍ମଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ରତ୍ନସିଂହାସନ ଛାଡ଼ି ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ଶ୍ରୀଜୀଉଙ୍କୁ ସେଠାରେ ୧୦୮ଗଡୁ ଜଳରେ ସ୍ନାନ କରାଯିବା ସହ ଆକର୍ଷଣୀୟ ହାତୀବେଶ କରାଯିବ। ତାହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ମହାପ୍ରଭୁଙ୍କ ସ୍ନାନ ମଣ୍ଡପର ଆବଶ୍ୟକ ମରାମତି ପାଇଁ ଏଏସ୍‌ଆଇକୁ ପରାମର୍ଶ ଦିଆଯାଇଛି। ଖୁବ୍‌ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.