ବାତ୍ୟା ନେଲାଣି ୮ ଜୀବନ

ମାଡିଆସୁଛି ବାତ୍ୟା ‘ମିଗଜୋମ’। ସମୁଦ୍ରରେ ଭୀଷଣ ବାତ୍ୟା ରୂପ ନେବା ପରେ ସ୍ଥଳଭାଗ ମୁହାଁଉଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ପବନର ବେଗ ବଢିବା ସହ ଅବିଶ୍ରାନ୍ତ ବର୍ଷା ହେଉଛି। ରାଜଧାନୀ ଚେନ୍ନାଇରେ ସ୍ଥିତି ଅସମ୍ଭାଳ। ବର୍ଷା ପ୍ରଭାବରେ ଆଠ ଜଣଙ୍କ ମୃତ୍ୟୁ ଘଟିବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ବାତ୍ୟା ‘ମିଗଜୋମ’ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଖପାଖ ରାଜ୍ୟରେ ବର୍ଷା ହେଉଛି। ବାତ୍ୟା ଲ୍ୟାଣ୍ଡଫଲ୍ କରିବା ବେଳକୁ 1-1.5 ମିଟରର ଜୁଆର ଆସିବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ସର୍ବାଧିକ 90-100 କିଲୋମିଟର ବେଗରେ ପବନ ବୋହିପାରେ। ସମୟ ସମୟରେ ଝଟକା ପବନର ବେଗ 110 କିଲୋମିଟର ମଧ୍ୟ ହୋଇପାରେ ବୋଲି ଆଇଏମଡି ସୂଚନା ଦେଇଛି।

Comments are closed.