ଅଟୋ ସହ 78 କିଲୋ 700 ଗ୍ରାମ ଗଂଜେଇ ଜବତ , 5 ମହିଳା ଙ୍କ ସହ 9 ଜଣ ଗିରଫ

କନ୍ଧମାଳ,(ମୃତ୍ୟୁଞ୍ଜୟ ଦିଗାଲ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଗଂଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଲଗାତାର ଭାବରେ ପୋଲିସ ଭିଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ମାତ୍ରା ରେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ୍ୟ କରୁଛି । ତଥାପି ଏହି ଫିରିଙ୍ଗିଆ ଅଂଚଳରୁ ଏହି ଚୋରା ଗଂଜେଇ କାରବାର ଥମିବାର ନା ଧରୁନି । ଅନ୍ୟପଟେ ଏହି ଗଂଜେଇ ଚାଲାଣ ରେ ଅଞ୍ଚଳ ର କେବଳ ପୁରୁଷ ମାନେ ନୁହନ୍ତି ମହିଳା ମାନେ ମଧ୍ୟ୍ୟ ସାମିଲ ଥିବା ଜଣା ପଡ଼ିଥିବା ବେଳେ ଏହିଭଳି ଏକ ମହିଳା ଗଂଜେଇ ଚାଲାଣ ଗେଂଗ କୁ ଧରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ ।

ପୋଲିସ ର ସୂଚନା ଅନୁସାରେ କୌଣସି ଏକ ବିଶେଷ ସୂତ୍ରରୁ ଏକ ଅଟୋ ରେ ଗଂଜେଇ ଚାଲାଣ ହେଉଥିବା ସୂଚନା ପାଇଁ ଗୁରୁବାର ଦିନ ଭୋର ସକାଳୁ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସହ ଏକ ଟିମ ଫୁଲବାଣୀ ଫିରିଙ୍ଗିଆ ରାସ୍ତାର କୁଡୁକି ଘାଟି ନିକଟରେ ଅଟୋ ଟିକୁ କାବୁ କରିଥିଲେ । ପରେ ଅଟୋ କୁ ଯାଞ୍ଚ କରିବାରୁ ଅଟୋ ରୁ 78 କିଲୋ 700 ଗ୍ରାମ ଗଂଜେଇ ଜବତ କରିବା ସହ ଏହି ଗଂଜେଇ ଚାଲାଣ ରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ପାଞ୍ଚ ଜଣ ମହିଳା ଙ୍କ ସହ ସମ୍ପୃକ୍ତ ଅଟୋ ର ଡ୍ରାଇଭର ଓ ଦୁଇଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ମାନଙ୍କ ମଧ୍ୟରେ ଓଟୋ ଡ୍ରାଇଭର ଫିରିଙ୍ଗିଆ ଓଡ଼ିଆ ସାହିର ରାଜେଶ କୁମାର ସାହୁ ଙ୍କ ସହ କୌଶଲ୍ୟା ଦିଗାଲ ଓ ତାଙ୍କ ସ୍ୱାମୀ ଅଭିରାମ ଦିଗାଲ, ମାଳତୀ ଦିଗାଲ, ପ୍ରମିଳା ଦିଗାଲ ଓ ତାଙ୍କ ସ୍ୱାମୀ ସୁବ୍ରତ ଦିଗାଲ, ରୀନା ଦିଗାଲ, ପ୍ରଭାତୀ ଦିଗାଲ ଏମାନେ ସମସ୍ତେ ଫିରିଙ୍ଗିଆ ଥାନା କାଶିନୀପଦର ଗାଁ ର ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ବଘିଆପଡା ଗାଁ ର ମନୋଜ କହଁର ବୋଲି ଜଣା ପଡିଛି । ତେବେ ପୋଲିସ ର ପ୍ରାଥମିକ ତଦନ୍ତ ରୁ ଏମାନେ ସମସ୍ତେ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ଜଣା ପଡ଼ିଥିବା ବେଳେ ଜବତ ଅଟୋ ସହ ଗଂଜେଇ କାଶିନୀପଦର ଅଂଚଳରୁ ଫୁଲବାଣୀ ଅଞ୍ଚଳକୁ ଯାଉଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ଫିରିଙ୍ଗିଆ ଥାନା ରେ 51/2023 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।

Comments are closed.