ମଣିପୁରରୁ ଗିରଫ ହେଲେ ୭ଉଗ୍ରବାଦୀ

ଇମ୍ଫାଲ : ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଛି। ସୂଚନାନୁସାରେ, ମଣିପୁରର ବିଭିନ୍ନ ସ୍ଥାନରୁ ନିଷିଦ୍ଧ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ର ୭ଜଣ ସଶସ୍ତ୍ର ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି।

ଥୋଉବଲ ଜିଲା ଅଧୀକ୍ଷକ ଏଚ ଯୋଗେଶଚନ୍ଦ୍ର କହିଛନ୍ତି ଯେ ଆସାମ ରାଇଫଲ୍ସକୁ ଗୁପ୍ତଚର ସୂଚନା ମିଳିଥିଲା। ଏହା ଅନୁଯାୟୀ, ସ୍ବାଧୀନତା ଦିବସ ପାଳନ ସମୟରେ ସରକାରୀ କୋଠା ଏବଂ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା। ଏହା ପରେ ଥୋଉବଲ ଜିଲା ପୋଲିସ ଏବଂ ୧୬ ଆସାମ ରାଇଫଲ୍ସର ମିଳିତ ଦଳ ୟାଇରିପୋକ ବଜାରରେ ପହଞ୍ଚିଥିଲେ। ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।

ସେ କହିଛନ୍ତି ଯେ ଇମ୍ଫାଲ ଇଷ୍ଟ, ଇମ୍ଫାଲ ୱେଷ୍ଟ, କାଚଚିଂ ଏବଂ ଥୋଉବାଲ ଜିଲାର ଅନେକ ସ୍ଥାନରେ ସର୍ଚ୍ଚ ଅପରେଶନ ମଧ୍ୟ କରାଯାଇଥିଲା। ସୁରକ୍ଷା ବାହିନୀ ୭ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛି। ଏହି ସମୟରେ ଜଣେ ନାବାଳକଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସହ ମଧ୍ୟ ଧରାଯାଇଥିଲା। ସେମାନେ ବିଭିନ୍ନ ଜିଲାର ଅଣ-ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରୁଥିଲେ।

ସେ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିମାନେ ଜୁନ-ଜୁଲାଇରେ କାକଚିଂ ଏବଂ ଆଣ୍ଡ୍ରୋ ହୁଇକାପରେ ଦୁଇଜଣ ଅଣ-ସ୍ଥାନୀୟ ଲୋକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ସର୍ଚ୍ଚ ଅପରେଶନ ସମୟରେ ନଅ ଏମଏମ ପିସ୍ତଲ, ବେରେଟା ପିସ୍ତଲ, 35 ଲାଇଭ କାର୍ଟ୍ରିଜ ଏବଂ ଗ୍ରେନେଡ ଜବତ କରାଯାଇଛି।

Comments are closed.