ଟନେଲରୁ ଉଦ୍ଧାର ହେହେ ୫ ଓଡ଼ିଆ

କେନ୍ୟୁଜ: ଉତ୍ତରକାଶୀ ସୁଡଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଭିତରେ ଥିଲେ ୫ ଓଡ଼ିଆ । ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି । ଅଧିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୪ ଘଣ୍ଟା ସେମାନଙ୍କୁ ନିରୀକ୍ଷଣରେ ରଖାଯିବ । ଆସନ୍ତାକାଲି ସୁଦ୍ଧା ସେମାନେ ଓଡ଼ିଶା ଫେରିବେ ।

ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗ୍ରାଉଣ୍ଡରେ ରଖି ରେସକ୍ୟୁ ଅପରେସନର ତଦାରଖ କରୁଥିଲେ ଶ୍ରମ ମନ୍ତ୍ରୀ ସାରଦା ନାୟକ ।

ଟନେଲେ ଫସିଥିବା ୫ ଜଣ ଓଡ଼ିଆ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼କଦମ କୁଲଡିହା ଗାଁର ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁର ଗାଁର ଧୀରେନ୍ ନାଏକ, ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏକ । ଅନ୍ୟ ଦୁଇଜଣ ହେଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ତପନ ମଣ୍ଡଳ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା ।ସେମାନେ ସୁରକ୍ଷିତ ଭାବରେ ଟନେଲରୁ ବାହାରିଥିବାରୁ ପରିବାରରେ ଖୁସିର ମାହୋଲ ।

Comments are closed.