ଆହୁରି ଗିରଫ ହେବେ ୪ ନେତା

ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀଙ୍କ ସଙ୍ଗୀନ ଅଭିଯୋଗ। ତାଙ୍କୁ ବିଜେପି ପକ୍ଷରୁ ଅଫର୍ ଦିଆଯାଇଛି, ଯଦି ସେ ଦଳରେ ସାମିଲ ନ ହୁଅନ୍ତି, ତେବେ ତାଙ୍କୁ ଆସନ୍ତା ଗୋଟିଏ ମାସ ମଧ୍ୟରେ ଇଡି ଗିରଫ କରିନେବ ବୋଲି ସେ କହିଛନ୍ତି। ଏଥିସହ ସେମାନେ ଆପର ଆଉ ଚାରି ଜଣଙ୍କୁ ଗିରଫ କରିବେ ବୋଲି ଦାବି କରି କହିଛନ୍ତି ଆତିଶୀ।

ସାମ୍ବାଦିକ ସମ୍ମିଳନୀରେ ଆତିଶୀ କହିଛନ୍ତି, “ଲୋକସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ସେମାନେ ଆଉ ୪ ଜଣ ଆପ୍ ନେତାଙ୍କୁ ଗିରଫ କରିବେ। ଆପର ଶୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ରାଘବ ଚଢ଼ା ଏବଂ ମୋତେ ଗିରଫ କରାଯିବ। ମୋର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ବିଜେପି ମୋତେ ଅଫରେ ଦେଇଛି। ଯଦି ମୁଁ ବିଜେପିରେ ଯୋଗ ନ ଦିଏ, ତେବେ ମୋତେ ଆସନ୍ତା ଗୋଟିଏ ମାସ ମଧ୍ୟରେ ଇଡି ଗିରଫ କରିବ।”

 

 

Comments are closed.