ରାଜ୍ୟରେ ପୁଣି ୩ କରୋନା ରୋଗୀ ଚିହ୍ନଟ

ପୁଣିଥରେ ରାଜ୍ୟରେ କଡ଼ ଲେଉଟାଇଲାଣି କରୋନା ମହାମାରୀ। ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ଟିଭଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୦ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ଆକ୍ଟିଭ ରୋଗୀ ହୋମ ଆଇସୋଲେସନରେ ଅଛନ୍ତି। ରୋଗୀ ଗୁରୁତର ହେଉନାହାନ୍ତି, ତେଣୁ ଆତଙ୍କିତ ହେଲା ଭଳି ଅବସ୍ଥା ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ସେପଟେ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୬୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ଆଖି ବୁଜି ସାରିଛନ୍ତି।

ସମଗ୍ର ଦେଶରେ କରୋନାର ନୂଆ ଭାରିଏଣ୍ଟ ଜେଏନ୍.୧ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କର୍ଣ୍ଣାଟକରେ କରୋନାର ସବ୍‌ ଭାରିଏଣ୍ଟ ଜେଏନ୍‌.୧ରେ ଶତାଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ଫଳରେ ରାଜ୍ୟକୁ ପୁଣିଥରେ କୋଭିଡ କଟକଣା ଫେରିଛି ।

Comments are closed.