ଚାଷୀଙ୍କ ସମସ୍ୟା ପ୍ରତିବାଦରେ ବିଜେପି କରିବ ପଶ୍ଚିମ ଓଡ଼ିଶାରେ ୩ ଘଣ୍ଟିଆ ରାସ୍ତା ଅବରୋଧ

ସମ୍ବଲପୁର, ତୁସବନ୍ତ ଯୋଶୀ : ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଧାନବିକ୍ରି ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ତିନି ଘଣ୍ଟା ଧରି ରାଜପଥ ଅବରୋଧ ଆନ୍ଦୋଳନ କରାଯିବ । ଆଜି କଚେରୀ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ
ସମ୍ମିଳନୀରେ ବିଜେପି ତରଫରୁ ଏହି ସୁଚନା ଦିଆଯାଇଛି । ବିଜେପି ଅଭିଯୋଗ କରିଛି ଯେ ପଶ୍ଚିମ ଓଡିଶାର ଚାଷିଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ବାରମ୍ବାର ଜଣାଇଲା ପରେ ମଧ୍ୟ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସମାଧନ ହୋଇ ପାରି ନାହିଁ । ରାଜ୍ୟ ସରକାର ଚାଷୀ ଙ୍କ ସମସ୍ୟା ସମାଧାନ ନକରିବା ଯୋଗୁ ଚାଷୀ ଙ୍କ ହଜାର ହଜାର ଧାନବସ୍ତା ବିକ୍ରି ହୋଇନପାରି ପଡିରହିଛି । ଏହାର ପ୍ରତିବାଦରେ ଆସନ୍ତା ୧୩ ତାରିଖ ଦିନ ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୧ ଘଣ୍ଟା ପଜନ୍ତ ପଶ୍ଚିମ ଓଡିଶାର ସମସ୍ତ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ତିନି ଘଣ୍ଟା ଧରି ଅବରୋଧ କରିବା ପାଇଁ ବିଜେପି ଚେତାବନୀ ଦେଇଛି । ଏହି ଦିନ ପଶ୍ଚିମ ଓଡିଶାର ୫ଟି ଲୋକସଭା ଅନ୍ତର୍ଗତ ୩୭ ଗୋଟି ବିଧାନସଭା ଅଞ୍ଚଳରେ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ କୁ ଅବରୋଧ କରିବ ବିଜେପି । ଏନେଇ ସମ୍ବଲପୁର ଠାରେ ସାମ୍ବାଦିକ ସମ୍ବିଳନିରେ ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରି ନାଏକ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିସ ପଟେଲ ପ୍ରମୁଖ ଏହି ସୁଚନା ପ୍ରଦାନ କରିଛନ୍ତି ।

Comments are closed.