ଓଡ଼ିଶାରେ ଭୋଟ ଦେବେ ୩ କୋଟି ୩୨ ଲକ୍ଷ ଭୋଟର

ଭୁବନେଶ୍ୱର,୧୭।୨: ସାଧାରଣ ନିର୍ବାଚନ-୨୦୨୪ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ। ଗଲା ତିନିଦିନ ହେଲା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ନେଇ ଭୁବନେଶ୍ୱରରେ ବୈଠକ ଚାଲିଛି। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ କମିଶନଙ୍କ ୭ ଜଣିଆ ପଦାଧିକାରୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍‌‌ ମହାନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶନିବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସମ୍ବୋଧନ କରି ଓଡ଼ିଶାରେ ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ ଥିବା କହିଛନ୍ତି। ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ। ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି। ମତଦାନ ସାବ୍ୟସ୍ତ କରିବାକୁ ସବୁ ଭୋଟର ଆସନ୍ତୁ, ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ଆଗାମୀ ନିର୍ବାଚନରେ ଓଡ଼ିଶାରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ ଦେବେ।

Comments are closed.