ମୋଦିଙ୍କୁ ଦ୍ଵିତୀୟ ଶ୍ରେଣୀ ଛାତ୍ରର ଚିଠି, ଜାଣନ୍ତୁ କଣ ଅଛି ସେ ଚିଠିରେ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଦ୍ୱିତୀୟ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛି। ଯେଉଁଥିରେ ସେ ମୋଦୀଙ୍କ ମା’ ହୀରାବେନଙ୍କ ମୃତ୍ୟୁ ପରେ ଶୋକ ବ୍ୟକ୍ତ କରିଛି। ମୋଦୀ ଛୋଟ ପିଲାର ଏହି ଚିଠିର ଉତ୍ତର ଦେଇଛନ୍ତି। ମୋଦୀଙ୍କ ଓ ଶିଶୁର ହୃଦୟସ୍ପର୍ଶୀ ଚିଠିର ଫଟୋ ଭାଇରାଲ ହେବାରେ ଲାଗିଛି।

ଆରୁଷ ଶ୍ରୀବାସ୍ତା ମୋଦୀଙ୍କ ପାଖକୁ ପଠାଇଥିବା ଚିଠିରେ ‌ଲେଖିଛି, ‌ଟେଲିଭିଜନରେ ମା’ ଶ୍ରୀମତି ହୀରାବେନଙ୍କ ୧୦୦ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ପାଇଥିଲି। ଦୟାକରି ମୋର ଗଭୀର ସମବେଦନାକୁ ଗ୍ରହଣ କରନ୍ତୁ। ମୁଁ ସର୍ବଶକ୍ତିମାନ ଇଶ୍ବରଙ୍କୁ ପ୍ରାର୍ଥନା କରୁଛି କି, ମା’ଙ୍କ ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ। ଓମ ଶାନ୍ତି।’

ଶିଶୁର ଏଭଳି ଚିଠି ପାଇ ଉତ୍ତର ଦେଇ ମୋଦୀ କହିଛନ୍ତି, ‘ତୁମର ହୃଦୟରୁ ସମବେଦନା ପାଇଁ ମୁଁ କୃତଜ୍ଞ। ମା’ଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ଅଟେ। ଏହାର କଷ୍ଟ କ’ଣ ହୋଇଥାଏ, ତାହାକୁ ଶବ୍ଦରେ କହିହେବ ନାହିଁ। ଯେତେବେଳେ ବି ମା’ଙ୍କ ଅଭାବ ଅନୁଭବ ହୋଇଥାଏ, ଏଭଳି କାର୍ଯ୍ୟ ମୋତେ ଶକ୍ତି ଓ ସାହାସ ଦେଇଥାଏ , ଯାହା ତୁମେ କରିଛି।’

Comments are closed.