ମୋହନଙ୍କ ସହ ସାମିଲ ହେଲେ ୨୮ ନୂଆ ମନ୍ତ୍ରୀ

ସମ୍ପ୍ରସାରଣ ହେଲା ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ। ଶପଥ ନେଲେ ୨୮ ମନ୍ତ୍ରୀ। କୈଳାଶ ବିଜୟବର୍ଗୀୟ ଓ ପ୍ରହ୍ଲାଦ ପଟେଲଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ବିଜେପି ମଧ୍ୟପ୍ରଦେଶରେ ସରକାର ଗଢ଼ିବାର ଦୀର୍ଘ ପାଖାପାଖି ମାସେ ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି।

ମୋହନ ଯାଦବଙ୍କ ମନ୍ତ୍ରିମଣ୍ଡଳରେ ୧୮ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। କୈଳାଶ ବିଜୟବର୍ଗୀୟ, ପ୍ରହ୍ଲାଦ ପଟେଲ, ପ୍ରଦ୍ୟୁମ୍ନ ସିଂହ ଓ ବିଶ୍ୱାସ ସାରଙ୍ଗଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି। କୁଅଁର ବିଜୟ ଶାହା, ତୁଲସୀ ରାମ ସିଲାବତ ଓ ନିର୍ମଳ ଭୁରିଆଙ୍କୁ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୨୮ ମନ୍ତ୍ରୀଙ୍କ ଲିଷ୍ଟ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଥିଲେ। ୧୮ ଜଣ କ୍ୟାବିନେଟ ମନ୍ତ୍ରୀ, ୪ ଜଣ ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ପ୍ରଭାରୀ ଦାୟିତ୍ୱରେ ଥିବା ୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଶ୍ୱ ସାରଙ୍ଗ, କୃଷ୍ଣ ନାଗର, ଇନ୍ଦର ସିଂହ ପରମାର, ନାଗର ସିଂ ଚୌହାନ, ପ୍ରତିମା ବାଗ୍ରି, ସାମପତିଆ ଉଇକେ ଏବଂ ରାଧା ସିଂହଙ୍କ ନାମ ସାମିଲ ଅଛି।

ଯେଉଁ ୨୮ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ୧୨ ଜଣ ମନ୍ତ୍ରୀ ଓବିସି କୋଟାରେ ଅଛନ୍ତି। ଏହାବ୍ୟତୀତ ଜେନେରାଲ କ୍ୟାଟେଗୋରୀର ୭ ଜଣ, ଅନୁସୂଚିତ ଜାତିର ୫ ଜଣ ଓ ଅନୁସୂଚିତ ଜନଜାତିର ୪ ଜଣ ବିଧାୟକ ମନ୍ତ୍ରୀ ପଦ ପାଇଛନ୍ତି।

Comments are closed.