ଆମେରିକାରେ ଉଡିବ ୨୨୦ଫୁଟର ତ୍ରିରଙ୍ଗା
ଭୁବନେଶ୍ୱର : ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏହାର ଅବ୍ୟବହିତ ପୂର୍ବରୁ ଦେଶରୁ ଉସôାହ ଦେଖିବାକୁ ମିଳିଲାଣି । ଏହି କ୍ରମରେ ବୋଷ୍ଟନରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ । ଏଥିରେ ୩୨ଟି ଦେଶ ଭାଗ ନେବେ । ଏ ଅବସରରେ ଏକ ବିମାନ ୨୨୦ ଫୁଟର ଭାରତୀୟ ଜାତୀୟ ପତକା ସହିତ ପ୍ରମୁଖ ଆମେରିକୀୟ ସହରରେ ଉଡାଣ ଭରିବ । ବୋଷ୍ଟନରେ ଭାରତର ସ୍ୱାଧୀନତା ଦିବସ ପାଳନ ଇତିହାସରେ ଚଳିତ ବର୍ଷର ସମାରୋହ ବିଭିନ୍ନ ଦୃଷ୍ଟିରୁ ପ୍ରଥମେ ବୋଲି ପ୍ରଖ୍ୟାତ କମୁ୍ୟନିଟି ଲିଡର ଅଭିଷେକ ସିଂହ କରିଛନ୍ତି । ମାସାଚୁସେଟ୍ସର ଗଭର୍ଣ୍ଣର ଚାର୍ଲି ବେକର ୭୫ତମ ସ୍ୱାଧୀନତା ଦିବସକୁ ଭାରତ ଦିବସ ରୂେ ଘୋଷଣା କରିଛନ୍ତି । ଆସନ୍ତା ୧୫ ତାରିଖରେ ଏହାର ମାସାଚୁସେଟ୍ସର ବୋଷ୍ଟନ ସ୍ଥିତି ଇଣ୍ଡିଆ ଷ୍ଟ୍ରିଟରେ ପାଳିତ ହେବ । ଏହାର ପୂର୍ବ ଦିନ ଅର୍ଥାତ ଅଗଷ୍ଟ ୧୪ ତାରିଖ ରୋଡ ଦ୍ୱୀପରେ ସ୍ଥିତ ଷ୍ଟେଟ ହାଉସରେ ମଧ୍ୟ ସମାରୋହ ପାଳିତ ହେବ ।
୧୫ ତାରିଖରେ ଆୟୋଜିତ ହେବାକୁ ଥିବା ପରେଡରେ ପୂର୍ବତନ ଭାରତୀୟ କ୍ରିକେଟର ଆର ପି ସିଂହଙ୍କୁ ଗ୍ରାଣ୍ଡ ମାର୍ଶଲ ଭାବେ ଆମନ୍ତ୍ରିତ କରଯାଇଛି । ଏଫଆଇଏ ନୁ୍ୟ ଇଂଲଣ୍ଡ ଆଜାଦି କା ଅମୃତ ମହୋସôବ ବ୍ୟାନର ଅଧୀନରେ ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବ । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟକ୍ତିମାନଙ୍କ ଦ୍ୱାରା ଏକ ଭବ୍ୟ ପରେଡ ଆୟୋଜନ ହେବ । ଦେଶର ବିବିଧତାକୁ ଏହା ପ୍ରତିନିଧିତ୍ୱ କରିବ । ଆମେରିକାର ଇତିହାସରେ ପ୍ରଥମ ଥର ୩୨ ଦେଶର ପ୍ରତିଯୋଗୀମାନେ ଏହି ପରେଡରେ ଭାଗ ନେବେ । ସେତିକି ନୁହେଁ ସଏଫଆଇଏ ନୁ୍ୟ ଇଂଲଣ୍ଡ ପ୍ରଥମ ଥର ଇଣ୍ଡିଆ ଷ୍ଟ୍ରିଟରେ ସ୍ୱାଧୀନତା ସଂଗ୍ରାମରେ ନାୟକମାନଙ୍କ ସ୍ମୃତିଚାରଣ କରି ଫ୍ରିଡମ ଗ୍ୟାଲେରୀ ଓ ପ୍ରଦର୍ଶନୀଲର ସଂଚାଳନା କରିବା
Comments are closed.