ଡେଙ୍ଗୁର ଆତଙ୍କ : କଟକରୁ ୧୭ ରୋଗୀ ଚିହ୍ନଟ
ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଡେଙ୍ଗୁର ଆତଙ୍କ ଦେଖିବାକୁ ମିଳୁଛି । ଏନେଇ ରବିବାର ଦିନ କଟକ ଏସସିବିରେ ମୋଟ୍ ୯ ଜଣ ରୋଗୀଙ୍କର ରକ୍ତ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪ ଜଣଙ୍କ ରକ୍ତରେ ଡେଙ୍କୁ ହୋଇଥିବାର ଚିହ୍ନଟ କରାଯାଇଛି । ସନ୍ଧ୍ୟା ସୁଦ୍ଧା ମେଡିକାଲର ଡେଙ୍ଗୁ ୱାର୍ଡରେ ୧୫ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଆଇସିୟୁରେ ୪ ଜଣଙ୍କୁ ଭର୍ତ୍ତି କରାଯାଇଛି । ଡେଙ୍ଗୁ ନୋଡାଲ ଅଫସର ଡା. ଶ୍ରୀପ୍ରସାଦ ମହାନ୍ତିଙ୍କ ସୁଚନାନୁସାରେ, ସମୁଦାୟ ରୋଗୀଙ୍କ ମଧ୍ୟରୁ ୧୭ ଜଣ କଟକ ଜିଲ୍ଲାର ।
Comments are closed.