ଇସ୍ରାଏଲର ଉଦ୍ଧାର ହେଲେ ୨୩୫ ଭାରତୀୟ

ନୂଆଦିଲ୍ଲୀ: ‘ଅପରେସନ୍‌ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍‌ରୁ ଦ୍ବିତୀୟ ବ୍ୟାଚ୍‌ରେ ୨୩୫ ଭାରତୀୟଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଆଜି ସକାଳେ ନିରାପଦରେ ଭାରତରେ ପହଞ୍ଚିଛି।

ଆଜି ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ଏହି ସ୍ବତନ୍ତ୍ର ବିମାନରେ ୨ଜଣ କଅଁଳାପିଲା ସମେତ ୨୩୫ଜଣ ଭାରତୀୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଇସ୍ରାଏଲ୍‌ରେ ଫସି ରହିଥିବା ଦ୍ବିତୀୟ ଛେକ ବା ବ୍ୟାଚ୍‌ ଭାରତୀୟ ନାଗରିକମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଫଟୋ ସେୟାର୍‌ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ: ‘ଅପରେସନ୍‌ ଅଜୟ’ର ଦ୍ବିତୀୟ ବିମାନ ୨୩୫ଜଣ ଭାରତୀୟଙ୍କୁ ନେଇ ତେଲ୍‌ ଅଭିଭ୍‌ରୁ ଉଡ଼ାଣ ଆରମ୍ଭ କରିଛି।

Comments are closed.