ଶିଶୁ କନ୍ୟାର କାଟିଦେଲେ ଗଳା
ବ୍ରହ୍ମପୁର,୨୮ ।୧: ୫ ବର୍ଷର ଶିଶୁକନ୍ୟାକୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ସୋରଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ୫ ବର୍ଷର ଶିଶୁକୁ ଖଣ୍ଡାରେ ଦୁର୍ବୃତ୍ତ ହାଣିଛନ୍ତି । ଏକ ବନ୍ଦ କୋଠରୀରେ ୨ ଜଣ ହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ୨ ଜଣଙ୍କୁ ଅଟକ ରଖି ଗୋଳନ୍ଥରା ପୋଲିସର ପଚରାଉଚରା ଜାରି ରହିଛି । ଏହି ମରଣାନ୍ତକ ଆକ୍ରମଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି ।
Comments are closed.