୨୪ ଘଣ୍ଟା ମଧ୍ୟରେ ଭୟଙ୍କର ବଜ୍ରପାତ ! ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ରୁ ଉର୍ଦ୍ଧ ଜିଲ୍ଲାରେ ବର୍ଷା ସହ ଭୟଙ୍କର ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ବଜ୍ରପାତ ଆଶଙ୍କା ଥିବା ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନକେନ୍ଦ୍ର । ତେବେ ସେହି ଜିଲ୍ଲାଗୁଡିକ ହେଉଛି- କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ।

୨୦ ପରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୨୫ ତାରିଖରେ ୫ରୁ ଉର୍ଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହି ୫ଟି ଜିଲ୍ଳା ହେଉଛି ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।

Comments are closed.