ସଞ୍ଜୟ ରାଉତଙ୍କୁ ମିଳିଲା ଏମିତି ଧମକ, ଜାଣନ୍ତୁ କଣ

ମୁମ୍ବାଇ: ଲରେନ୍‌ସ୍ ବିଷ୍ଣୋଇ ଗ୍ୟାଙ୍ଗ୍‌ରୁ ହତ୍ୟା ଧମକ ପାଇଥିବା କଥା ଥାନାରେ ଦାଏର କରିଥିବା ଅଭିଯୋଗରେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି। ତାଙ୍କୁ ହିନ୍ଦୁବିରୋଧୀ କହି ଗାଳିଗୁଲଜ କରିବା ସହିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବା ପରି ହତ୍ୟା କରାଯିବ ବୋଲି ଅଭିଯୁକ୍ତ ଧମକ ଦେଇଛନ୍ତି। ମୋବାଇଲ୍‌ ଫୋନ୍‌ରେ ‘ଟେକ୍‌ଷ୍ଟ୍‌ ମେସେଜ୍‌’ ଜରିଆରେ ସାଂସଦ ସଞ୍ଜୟ ରାଉତ ଉକ୍ତ ହତ୍ୟା ଧମକ ପାଇଛନ୍ତି।

ହତ୍ୟାଧମକରେ ଉଲ୍ଲେଖ ଅଛି: ତୁ ଦିଲ୍ଲୀରେ ଭେଟ୍‌, ‌ତୋତେ ଏ କେ-୪୭ରେ ଉଡ଼ାଇ ଦେବି। ତୋ’ର ବି ମୂସାୱାଲା ଅବସ୍ଥା ହେବ। ସନ୍ଦିଗ୍ଧ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ, ସଞ୍ଜୟ ରାଉତ ଓ ସଲ୍‌ମାନ୍‌ ଖାନ୍‌ଙ୍କୁ ହତ୍ୟା କରାଯିବ। ‘ସଲ୍‌ମାନ୍‌ ଓ ତୁ ଫିକ୍ସ୍‌’।

Comments are closed.