ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଦେବେ ଦୁଇ ମାସିଆ ରିପୋର୍ଟ
ଭୁବନେଶ୍ୱର : ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ଦିନ ଗୃହରେ ଉପସ୍ଥିତ ରହିବାକୁ ବିଜେଡ଼ି ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଂସଦଙ୍କ ଭଳି ବିଜେଡ଼ି ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବେ । ପ୍ରତି ୨ମାସରେ ବିଜେଡ଼ି ବିଧାୟକ ରିପୋର୍ଟ ଦେବେ । ଏଥି ପାଇଁ ୪ଜଣିଆ କମିଟି ଗଠନ ହୋଇଛି । କମିଟିରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ପ୍ରସାଦ ଶତପଥୀ ଓ କିଶୋର ମହାନ୍ତି ଅଛନ୍ତିି । ରିପୋର୍ଟ କେଉଁ ଫର୍ମାଟରେ ହେବ କମିଟି ଏହା ନିଷ୍ପତ୍ତି ନେବ । ୧୦ଦିନ ଭିତରେ ରିପୋର୍ଟ ଦାଖଲ କରିବ କମିଟି ।
Comments are closed.