ଥରିଲା ରାଜଧାନୀ ଦିଲ୍ଲୀ
ନୂଆଦିଲ୍ଲୀ: ଡିସେମ୍ବର ୩୧ ତାରିଖ ରାତିରେ ଲୋକେ ଜିରୋ ନାଇଟ୍ ସେଲିବ୍ରେସନ୍ରେ ମସଗୁଲ ଥିଲେ। ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସବ ମନାଉଥିଲେ। ଠିକ୍ ଏତିକି ବେଳେ ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ।
ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଏହାର ଗଭୀରତା ୫ କିଲୋମିଟର ରହିଥିବାବେଳେ ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝଜ୍ଜରରେ ଥିଲା। ତେବେ ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇ ନାହିଁ।
Comments are closed.