ଏହି ସବୁ ଜିଲ୍ଲାରେ ସୁଲଭ ଦରରେ ମିଳୁଛି ପିଆଜ: ରଣେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ବୃଦ୍ଧି ପରିପ୍ରେକ୍ଷିରେ ୧୬ ଜିଲ୍ଲାରେ ଏବେ ପିଆଜ ସୁଲଭ ଦରରେ ମିଳୁଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଅନୁଗୁଳ, କଟକ, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ନୂଆପଡ଼ା, କୋରାପୁଟ, ବ୍ରହ୍ମପୁର, କେନ୍ଦୁଝର, ଭବାନୀପାଟଣା, ବାଲେଶ୍ୱର ଓ କେନ୍ଦ୍ରାପଡ଼ା । କଳାବଜାର ରୋକିବାକୁ ବିିଭିନ୍ନ ସ୍ଥାନରେ ଚଢାଉ ଜାରି ରହିବ ବୋଲି ରଣେନ୍ଦ୍ର କହିଛନ୍ତି ।
ତେବେ ଅନୁଗୁଳ, କେନ୍ଦ୍ରାପଡ଼ା ଓ ବଲାଙ୍ଗିରରେ ପିଆଜ ଦର ୫୫ ଟଙ୍କା ଥିବାବେଳେ ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ାରେ ପିଆଜ ଦର ୫୦ ଟଙ୍କା ରହିଛି । ସେହିପରି ଝାରସୁଗୁଡ଼ାରେ ୫୮, କଟକରେ ୪୯ ଓ ବ୍ରହ୍ମପୁରରେ ୪୨ ଟଙ୍କା ରହିଛି । ସମ୍ବଲପୁର, ଜୟପୁର ଓ ବାଲେଶ୍ବରରେ ପିଆଜ ଦର ୫୨ ଟଙ୍କା ଥିବାବେଳେ ଢେଙ୍କାନାଳ ଓ ଭଦ୍ରକରେ ପିଆଜର ସୁଲଭ ଦର ୪୮ ଟଙ୍କା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ସହ ଯେତିକି ଟଙ୍କାରେ ପିଆଜ କିଣାଯାଇଛି ଠିକ୍ ସେହି ଅନୁପାତରେ ଗ୍ରାହକଙ୍କୁ ମିଳୁଛି ପିଆଜ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
Comments are closed.