ଏସପିଜି ସୁରକ୍ଷାରୁ ବଞ୍ଚିତ ହେବେ ଗାନ୍ଧୀ ପରିବାର, ମିଳିବ କେବଳ Z+ ସୁରକ୍ଷା

ନୂଆଦିଲ୍ଲୀ : ଗାନ୍ଧୀ ପରିବାର ବିପକ୍ଷରେ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗାନ୍ଧୀ ପରିବାରର ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳୁଥିବା ଏସପିଜି ସୁରକ୍ଷା ଏଣିକି ହଟାଇଦିଆଯିବ । କିନ୍ତୁ ଗାନ୍ଧୀ ପରିବାରକୁ ଏବେ କେବଳ Z+ ସୁରକ୍ଷା ମିଳିବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟର ସୁରକ୍ଷା ସମୀକ୍ଷା କମିଟିର ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଏବେ ଏହି ଏସପିଜି ସୁରକ୍ଷା ରହିବ । ସବୁ ଏନଜିଓରୁ ମିଳୁଥିବା ଟ୍ରେଡ୍ ଇନପୁଟର ଆକଳନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏସିପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳିଥାଏ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତିତ ଏହି ସୁରକ୍ଷା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରୀୟଙ୍କା ଗାନ୍ଧୀ ଉପଭୋଗ କରୁଥିଲେ ।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଏସପିଜି ସୁରକ୍ଷା ହଟାଇ ସିଆରପିଏଫର Z+ ସୁରକ୍ଷା ଶ୍ରେଣୀରେ ସାମିଲ କରାଯାଇଥିଲା ।

Comments are closed.