ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲବୁଲ୍’
ଭୁବନେଶ୍ୱର : ଭେରି ସିଭିୟର ସାଇକ୍ଲୋନିକର ରୂପ ନେବାରେ ଲାଗିଛି ବାତ୍ୟା ବୁଲବୁଲ । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ଏହି ସାମୁଦ୍ରିକ ଝଡ । ବାତ୍ୟା ବୁଲବୁଲ ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇଛି ବୁଲବୁଲ । ପାରାଦୀପଠାରୁ ୩୫କିମି ଦୂେରେ କେନ୍ଦ୍ରୀଭୂତ ବୁଲବୁଲ । ବର୍ତ୍ତମାନ ୧୨କିମି ବେଗରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶକୁ ମୁଁହାଇଛି ବାତ୍ୟା । ପାରାଦୀପ ଉପକୂଳରୁ ୧୩୪ କିମି ଦୂରେ ଅତିକ୍ରମ କରିବ ବାତ୍ୟା ବୁଲବୁଲ । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ବୋଲି ଏସଆରସି କହିଛନ୍ତି । ଆଜି ଏବଂ ଆସନ୍ତାକାଲି ଓଡ଼ିଶାର ୯ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି । ୧୦ତାରିଖ ସକାଳେ ସୁନ୍ଦରବନରେ ବାତ୍ୟା ବୁଲବୁଲ ହିଟ କରିବ ବୋଲି ଆଇଏମଡ଼ି ଡ଼ିଜି ସୂଚନା ଦେଇଛନ୍ତି । ଏହା ପ୍ରଭାବରେ ୪ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ସ୍ଥଳବିଶେଷରେ ୧୩୫ କିମି ହୋଇପାରେ । ବର୍ତ୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ।
ଆଜି ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରରେ ବର୍ଷା ଆଶଙ୍କା ରହିଛି । ଆସନ୍ତାକାଲି ୭ଜିଲ୍ଲାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, କଟକ ଓ ଯାଜପୁର । ସେହିପରି ଆଜି ୬ଜିଲ୍ଲାରେ ୪୫ରୁ ୬୫ କିମି ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରାଯାଇଛି । ୬ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ବାଲେଶ୍ୱର, ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଆସନ୍ତାକାଲି ୪ଟି ଜିଲ୍ଲାରେ ୭୦ରୁ ୯୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି । ୪ଜିଲ୍ଲା ଗୁଡ଼ିକ ହେଉଛି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ।
Comments are closed.