ବିଜେପୁରରେ ଐତିହାସିକ ବିଜୟ ଲାଭ କଲେ ବିଜେଡ଼ିର ରୀତା ସାହୁ

ବରଗଡ଼: ବିଜେପୁରରେ ବାଜିମାରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ । ଓଡ଼ିଶା ନିର୍ବାଚନୀ ଇତିହାସରେ ରେକର୍ଡ଼ ସଂଖ୍ୟକ ବ୍ୟବଧାନରେ ସେ ବିଜୟ ଲାଭ କରିଛନ୍ତି । ସେ ବିଜେପିଠାରୁ ୯୭,୯୫୪ଭୋଟ ବ୍ୟବଧାନରେ ଓ କଂଗ୍ରେସ ଠାରୁ ୧୩୦,୦୭୮ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ରୀତାଙ୍କୁ ମୋଟ ୧ଲକ୍ଷ ୩୫ହଜାର ୯୪୯ ଭୋଟ ମିଳିଛି । ତାଙ୍କ ପ୍ରତିଦ୍ୱନ୍ଦୀରେ ଠିଆ ହୋଇଥିବା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭୯୯୫ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୫,୮୭୧ଭୋଟ ପାଇଛନ୍ତି ।

ରୀତା ସାହୁଙ୍କ ଐତିହାସିକ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ଫୋନ ଯୋଗେ କଥା ହେଲେ ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.