ବାଂଲାଦେଶ ବିପକ୍ଷ ଟି-୨୦ରେ ବିରାଟଙ୍କୁ ବିଶ୍ରାମ: କ୍ୟାପଟେନ ହେବେ ରୋହିତ

ନୂଆଦିଲ୍ଲୀ: ଦକ୍ଷିଣ-ଆଫ୍ରିକା ବିପକ୍ଷରେ ଦମଦାର ବିଜୟ ପରେ ଆଉ ଏକ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇଛି ଟିମ୍ ଇଣ୍ଡିଆ । ଆସନ୍ତା ନଭେମ୍ବର ମାସ ୩ ତାରିଖରୁ ପଡୋଶୀ ବାଂଲାଦେଶ ସହ ଆରମ୍ଭ ହେବାକୁ ଯାଉଥିବା ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ମୁମ୍ବାଇରେ ଭାରତୀୟ ଚୟନ ସମିତି ଦ୍ୱାରା ୩ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଟି-୨୦ ସିରିଜ ପରେ ବିଶ୍ୱ ଚାମ୍ପିୟାନସିପ୍ ସିରିଜ ପାଇଁ ୧୪ ନଭେମ୍ବରରୁ ଖେଳ ଆରମ୍ଭ ହେବ ।

ତେବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର କ୍ୟାପଟେନ୍ ଭାବେ ଦାୟିତ୍ୱ ତୁଲାଇବେ । ନିକଟରେ ଟି-୨୦ ଅନ୍ତର୍ଜାତୀକ ମ୍ୟାଚରେ ବି ରୋହିତ ଦମଦାର ପ୍ରଦର୍ଶନ କରିଥିଲେ ।

ଏହା ସହ ବାଂଲାଦେଶ ବିପକ୍ଷରେ ଖେଳିବାକୁ ଯାଉଥିବା ଖେଳାଳୀମାନେ ହେଲେ ରୋହିତ ଶର୍ମା(କ୍ୟାପଟେନ୍), ଶିଖର ଧୱନ, କେ.ଏଲ ରାହୁଲ, ସଞ୍ଜୁ ସାମସନ, ଶ୍ରେୟସ, ମନୀଷ ପାଣ୍ଡେ, ଋଷଭ ପନ୍ତ, ୱାଶିଙ୍ଗଟନ୍ ସୁନ୍ଦର, କ୍ରୃନାଲ, ୟୁଜବେନ୍ଦ୍ର ଚହଲ, ଦୀପକ ଚାହର, ଖଲୀଲ ଅହମ୍ମଦ, ଶିବମ୍ ଦୁବେ, ଶାର୍ଦୁଲ ଠାକୁର ।
ଭାରତ ବନାମ ବାଂଲାଦେଶ (ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ)
ପ୍ରଥମ ଟି-୨୦ – ୩ ନଭେମ୍ବର ୨୦୧୯, ଦିଲ୍ଲୀ
ଦ୍ୱିତୀୟ ଟି-୨୦ – ୭ ନଭେମ୍ବର ୨୦୧୯, ରାଜକୋଟ
ତୃତୀୟ ଟି-୨୦ – ୧୦ ନଭେମ୍ବର ୨୦୧୯, ନାଗପୁର

ଟେଷ୍ଟ ମ୍ୟାଚ୍ : ଭାରତ ବନାମ ବାଂଲାଦେଶ
ପ୍ରଥମ ଟେଷ୍ଟ : ୧୪-୧୮ ନଭେମ୍ବର ୨୦୧୯, ଇନ୍ଦୋର
ଦ୍ୱିତୀୟ ଟେଷ୍ଟ : ୨୨-୨୬ ନଭେମ୍ବର ୨୦୧୯, କୋଲକାତା

Comments are closed.